Old Pension Scheme: ଏପ୍ରିଲ ୧ରୁ ମିଳିବ ପୁରୁଣା ପେନସନର ଲାଭ, ଆଶା କର୍ମୀଙ୍କ ୭୮୦ ପଦ ହେବ ପୂରଣ; ସରକାର କଲେ ଘୋଷଣା
Advertisement
trendingNow11596603

Old Pension Scheme: ଏପ୍ରିଲ ୧ରୁ ମିଳିବ ପୁରୁଣା ପେନସନର ଲାଭ, ଆଶା କର୍ମୀଙ୍କ ୭୮୦ ପଦ ହେବ ପୂରଣ; ସରକାର କଲେ ଘୋଷଣା

Old Pension Scheme: ଗତ ବର୍ଷ ଡିସେମ୍ବର ୨୨ରେ ହିମାଚଳ ପ୍ରଦେଶର କ୍ଷମତାରେ ଆସିଥିବା ସୁଖୁ ସରକାର ବର୍ତ୍ତମାନ ଚଳିତ ବର୍ଷ ଏପ୍ରିଲ ୧ରୁ ନିଜର ପ୍ରଥମ ନିର୍ବାଚନ ଗ୍ୟାରେଣ୍ଟି ପୁରୁଣା ପେନସନ ସ୍କିମ୍ ପୁନଃ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି । ଏହି ନିଷ୍ପତ୍ତି ସରକାରଙ୍କ ଉପରେ ବାର୍ଷିକ ପ୍ରାୟ ୧,୦୦୦ କୋଟି ଟଙ୍କା ଅତିରିକ୍ତ ଆର୍ଥିକ ବୋଝ ପକାଇବ ।

Old Pension Scheme: ଏପ୍ରିଲ ୧ରୁ ମିଳିବ ପୁରୁଣା ପେନସନର ଲାଭ, ଆଶା କର୍ମୀଙ୍କ ୭୮୦ ପଦ ହେବ ପୂରଣ; ସରକାର କଲେ ଘୋଷଣା

Old Pension Scheme: ହିମାଚଲ ପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ରାଜ୍ୟରେ ପୁରୁଣା ପେନସନ ଯୋଜନା (Old Pension Schem) ପୁନଃ ଲାଗୁ କରିବା ପାଇଁ ପ୍ରତିଶୃତି ଦେଇଥିଲା । ଗତ ବର୍ଷ ଡିସେମ୍ବର ୨୨ରେ ହିମାଚଳ ପ୍ରଦେଶ (Himachal Pradesh) ର କ୍ଷମତାରେ ଆସିଥିବା ସୁଖୁ ସରକାର ବର୍ତ୍ତମାନ ଚଳିତ ବର୍ଷ ଏପ୍ରିଲ ୧ରୁ ନିଜର ପ୍ରଥମ ନିର୍ବାଚନ ଗ୍ୟାରେଣ୍ଟି ପୁରୁଣା ପେନସନ ସ୍କିମ୍ (OPS) ପୁନଃ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ମୁଖ୍ୟମନ୍ତ୍ରୀ (Himachal Pradesh CM) ସୁଖବିନ୍ଦର ସିଂ ସୁଖୁ (Sukhvinder Singh Sukhu) ଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି । ଏହି ନିଷ୍ପତ୍ତି ସରକାରଙ୍କ ଉପରେ ବାର୍ଷିକ ପ୍ରାୟ ୧,୦୦୦ କୋଟି ଟଙ୍କା ଅତିରିକ୍ତ ଆର୍ଥିକ ବୋଝ ପକାଇବ ।

ହିମାଚଳ ପ୍ରଦେଶର ୧.୩୬ ଲକ୍ଷ କର୍ମଚାରୀଙ୍କ ଏପ୍ରିଲ ୧ରୁ ଜାତୀୟ ପେନସନ୍ ସିଷ୍ଟମ୍ (NPS) ପାଣ୍ଠି କଟିବା ବନ୍ଦ ହୋଇଯିବ । ଏହି କର୍ମଚାରୀମାନଙ୍କୁ ଜିପିଏଫ୍ ଅଧୀନରେ ଆଣିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । NPS ରେ ଜାରି ରଖିବାକୁ ଇଚ୍ଛା କରୁଥିବା କର୍ମଚାରୀଙ୍କୁ ଲିଖିତ ଆକାରରେ ଏକ ବିକଳ୍ପ ପ୍ରଦାନ କରାଯାଇଛି । ଭବିଷ୍ୟତରେ ସରକାରୀ ସେବାରେ ନିଯୁକ୍ତ ନୂତନ କର୍ମଚାରୀମାନେ ପୁରୁଣା ପେନସନ୍ ବ୍ୟବସ୍ଥା ଅଧୀନରେ ଆସିବେ । ଯେଉଁ ଏନପିଏସ୍ କର୍ମଚାରୀଙ୍କ ଅବସର ମେ ୧୫,୨୦୦୩ ପରେ ହୋଇଛି, ସେମାନଙ୍କୁ ବର୍ତ୍ତମାନ ଠାରୁ ପୁରୁଣା ପେନସନ୍ ଦିଆଯିବ ।

ନିୟମରେ ଆବଶ୍ୟକ ସଂଶୋଧନ ପରେ ଏନପିଏସରେ ସରକାର ଓ କର୍ମଚାରୀଙ୍କ ଅବଦାନ  ଏପ୍ରିଲ ୧ରୁ ବନ୍ଦ ହୋଇଯିବ । ନିୟମକୁ ସଂଶୋଧନ କରିବା ଓ ଏ ବାବଦରେ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବାକୁ ଅର୍ଥ ବିଭାଗ କହିଛି । କେନ୍ଦ୍ର ସରକାରଙ୍କ ଠାରୁ ୮,୦୦୦ କୋଟି ଟଙ୍କା ଏନପିଏସ ରାଶି ରାଜ୍ୟକୁ ଫେରସ୍ତ କରିବାକୁ ମଧ୍ୟ କ୍ୟାବିନେଟ ପ୍ରସ୍ତାବ ପାରିତ କରିଛି । ସେପଟେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ପ୍ରୋତ୍ସାହନ ଆଧାରରେ ୭୮୦ ଆଶା କର୍ମୀଙ୍କୁ ନିଯୁକ୍ତି ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସମ୍ପ୍ରଦାୟ ସ୍ତରରେ ସୁବିଧାଜନକ ତଥା ନିର୍ଭରଯୋଗ୍ୟ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଏହା ସ୍ୱାସ୍ଥ୍ୟ କର୍ମୀ ଭାବରେ କାର୍ଯ୍ୟ କରିବ । ଏହି ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନର କମ୍ୟୁନିଟି ପ୍ରୋସେସ୍ ପ୍ରୋଗ୍ରାମ ଅଧୀନରେ ଆଶା ସେବା ପ୍ରଦାନକାରୀ ରଖିବା ପାଇଁ ପ୍ରସ୍ତାବ ମଧ୍ୟ ଅନୁମୋଦନ କରାଯାଇଛି ।

ଅଧିକ ପଢ଼ନ୍ତୁ:-ସର୍ବଗୁଣ ସଂପନ୍ନ ହୋଇଥାଏ ରସୁଣ, ତଥାପି ଏହି ଲୋକମାନେ ରସୁଣ ଖାଇବା ଉଚିତ୍ ନୁହେଁ; ନଚେତ୍ ଭୋଗିବେ ଏସବୁ ସମସ୍ୟା

ଅଧିକ ପଢ଼ନ୍ତୁ:-ପିଏମ କିସାନର ଟଙ୍କା ମିଳିବା ପରେ କୃଷି ମନ୍ତ୍ରୀ ଦେଲେ ଆଉ ଏକ ଖୁସି ଖବର, ଜାଣି ଖୁସିରେ ନାଚି ଉଠିବେ ଆପଣ

ଅଧିକ ପଢ଼ନ୍ତୁ:-ଏଠାରେ ବିବାହିତ ଦମ୍ପତି ପ୍ରତ୍ୟେକ ରାତିରେ ବଦଳାନ୍ତି ନିଜ ପାର୍ଟନର, ସେୟାର କଲେ ପରସ୍ପରର ପତ୍ନୀଙ୍କ ସହ ଶୋଇବାର ଭିଡିଓ

ଏଠାରେ କହି ରଖୁଛୁ ଯେ, ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ସରକାର ଗଠନ କରିବା ପରେ ପ୍ରଥମ କ୍ୟାବିନେଟ ବୈଠକରେ ପୁରୁଣା ପେନସନ ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲା । ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟର ଚତୁର୍ଥ ବୈଠକରେ ଏପ୍ରିଲ ୧ ତାରିଖରୁ ଏହାକୁ ଅନୁମୋଦନ କରାଯାଇଛି । ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସର ଷ୍ଟାର୍ ପ୍ରଚାରକ ତଥା ଜାତୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ସହ ରାଜ୍ୟ କଂଗ୍ରେସ ଦାୟିତ୍ୱରେ ଥିବା ରାଜୀବ ଶୁକ୍ଲା ନିଜେ ପ୍ରଥମ କ୍ୟାବିନେଟ ବୈଠକରେ ଓପିଏସ୍ ଦେବାକୁ ଘୋଷଣା କରିଥିଲେ ।

Trending news